ତିନିରଥର ଦକ୍ଷିଣ ମୋଡ଼
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ମଙ୍ଗଳବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ।ଦକ୍ଷିଣ ମୋଡ଼ ପୂର୍ବରୁ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନିରଥକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।
ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ଏବଂ ଦ୍ୱିତୀୟରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ।
Powered by Froala Editor