ପରୀକ୍ଷାରେ ବିଫଳତା ପାଇଁ ୨୪ ହଜାର ପିଲା କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ : ସରକାରଙ୍କ ଏକ ପରିସଂଖ୍ୟାନ ଅନୁସାରେ ଦେଶରେ ୨୦୧୭ ରୁ ୨୦୧୯ ମଧ୍ୟରେ ୧୪ ରୁ ୧୮ ଆୟୁ ବର୍ଗର ୨୪,୫୬୮ ଜଣ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଅଧିକ ପିଲା ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସଂସଦରେ ନିକଟରେ ଉପସ୍ଥାପନ କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ (ଏନସିଆରବି) ତଥ୍ୟ ମୁତାବକ ୧୪ ରୁ ୧୮ ବର୍ଷ ଆୟୁ ବର୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ମଧ୍ୟରେ ୧୩ ହଜାର ୩୨୫ ଜଣ ଝିଅ ସାମିଲ ଅଛନ୍ତି । ୨୦୧୭ ରେ ଏହି ଆୟୁ ବର୍ଗରେ ୮୦୨୯ ପିଲା ଆତ୍ମହତ୍ୟା କରିଥିବା ବେଳେ ୨୦୧୮ ରେ ଏହା ବୃଦ୍ଧି ପାଇ ୮୧୧୨ ରେ ପହଞ୍ଚିଥିଲା । ୨୦୧୯ରେ ଶିଶୁ ଆତ୍ମହତ୍ୟା ସଂଖ୍ୟା ପୁଣି ବଢ଼ି ୮୩୭୭ ରେ ପହଞ୍ଚିଲା ।
Powered by Froala Editor