ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ, ସେମି ଫାଇନାଲରେ ଟିମ୍ ଇଣ୍ଡିଆ
ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ଗତକାଲି ପୁରୁଷ ହକି ଟିମ ୪୧ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଆଜି ମହିଳା ଟିମ ଦମଦାର ପ୍ରଦର୍ଶନ କରିଛି । କ୍ୱାର୍ଟର ଫାଇନାଲରେ ତିନି ଥର ଚମ୍ପିଆନ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ମହଳା ହକି ଟିମ୍ ।
ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ପକ୍ଷରୁ ଗୁଲଜିତ କୌର ଗୋଲ ଦେଇଥିଲେ ।
ଭାରତର ଏହି ଐତିହାସିକ ବିଜୟ ପାଇଁ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟଯେ, ଓଡ଼ିଶା ହେଉଛି ଭାରତୀୟ ହକି ଟିମର ପ୍ରାୟୋଜକ । ଉଭୟ ପୁରୁଷ ଓ ମହିଳା ହକି ଟିମର ଓଡ଼ିଶା ପ୍ରାୟୋଜକ ହୋଇଥିବାରୁ ଏହା ଓଡ଼ିଶା ପାଇଁ ବେଶ ଗର୍ବ ଓ ଗୌରବର ବିଷୟ ।
Powered by Froala Editor