ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କୋଣାର୍କରେ ୧୦୦ ମିଲିମିଟର, ଅସ୍ତରଙ୍ଗରେ ୫୧ ମିଲିମିଟର ଏବଂ କାକଟପୁରରେ ୪୬ ମିଲିମିଟର ବର୍ଷା ହୋଇଛି ।
ବିଶେଷକରି ଅସ୍ତରଙ୍ଗ ଅଞ୍ଚଳରେ ଏବେ ମଧ୍ୟ ତୁହାକୁ ତୁହା ବର୍ଷା ସହ ହାଲୁକା ପବନ ବହୁଛି । ପାଣିପାଗର ଏଭଳି ପରିସ୍ଥିତିକୁ ଦେଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି ।
Powered by Froala Editor