୬୪ ବର୍ଷ ପରେ ପୁଣି ବରଫ ଝଡ଼ : ଖରାଦିନେ ବ୍ରାଜିଲରେ ହେଲା ମାଇନସ୍ ୮ ଡିଗ୍ରୀ ତାପମାତ୍ରା

ବ୍ରାଜିଲ ବିଗତ ୬୪ ବର୍ଷ ମଧ୍ୟରେ ପ୍ରଥମ ଥର ବରଫ ଝଡର ସମ୍ମୁଖୀନ ହୋଇଛି । ତାପମାତ୍ରା ବିଯୁକ୍ତ ୮ ଡିଗ୍ରୀ ହୋଇଛି । ବରଫ ଝଡ଼ ଯୋଗୁ ବ୍ରାଜିଲର ୪୩ରୁ ଅଧିକ ସହର ବରଫ ଦ୍ୱାରା ଆବୃତ୍ତ ହୋଇଛି । ସହରରେ ୩ ଇଞ୍ଚ ପର୍ଯ୍ୟନ୍ତ ବରଫ ଜମିଯାଇଛି । ଫଳରେ ଖରା ଦିନେ ବ୍ରାଜିଲରେ ଥଣ୍ଡା ବଢ଼ିଯାଇଛି । ହଠାତ୍ ବରଫ ଝଡ଼ ପରେ ଲୋକେ ଘରୁ ବାହାରି ଏହି ଦୃଶ୍ୟର ମଜା ଉଠାଉଛନ୍ତି ।
ବ୍ରାଜିଲ ସରକାରଙ୍କ ପାଣିପାଗ ବିଜ୍ଞାନ ସଂସ୍ଥାର ସୂଚନା ଅନୁସାରେ, ଜୁଲାଇରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ରହେ । କିନ୍ତୁ ବରଫ ଝଡ଼ ଦୀର୍ଘ ୬୪ ବର୍ଷର ରେକର୍ଡ ଭାଙ୍ଗିଛି । କେତେକ ସ୍ଥାନରେ ଭାରି ବରଫ ଝଡ଼ର ଆଶଙ୍କା ମଧ୍ୟ ପାଣିପାଗ ବିଭାଗ କରିଛି ।
ବ୍ରାଜିଲର ପାଣିପାଗ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଦେଶରେ ଶେଷ ଥର ୧୯୫୭ରେ ବରଫ ଝଡ଼ ଆସିଥିଲା । ସେଥର ଦେଶର କିଛି ସ୍ଥାନରେ ୪.୩ ଫୁଟ ବରଫପାତ ରେକର୍ଡ କରାଯାଇଥିଲା । ପୁଣି ଏତେ ବର୍ଷ ବ୍ୟବଧାନରେ ସହରରେ ବରଫ ଝଡ ସୃଷ୍ଟି ହୋଇଛି । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।
Powered by Froala Editor