ମାଓ ପ୍ରଭାବିତ ଅଞ୍ଚଳ ପାଇଁ CUVDA ଯୋଜନା ଶୁଭାରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକୁ ସର୍ବଦିନିଆ ଉନ୍ନତ ସଡ଼କ ସଂଯୋଗୀକରଣ ଯୋଗାଇବା ପାଇଁ ସରକାର "ଏମ.ଏମ.ଏସ.ୱାଇ. ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ (CUVDA)" ଯୋଜନା ଶୁଭାରମ୍ଭ କରିଛନ୍ତି । ଏହା ଦ୍ଵାରା ଲୋକଙ୍କ ଜୀବନଧାରଣର ମାନ ଅଧିକ ଉନ୍ନତ ହେବ ।
ଯୋଜନାକୁ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷ ଅବଧି ପାଇଁ ୧୩୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ହୋଇଛି । ପ୍ରାୟ ୧୧୫୦ କିଲୋମିଟର ନୂତନ ସଡ଼କ ନିର୍ମାଣ ସହ ଚାଲୁ ରହିଥିବା ୯୪୯ କି.ମି. ଦୈର୍ଘ୍ୟର ପ୍ରକଳ୍ପ ଏବଂ ଆବଶ୍ୟକୀୟ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।
Powered by Froala Editor