୨୬ ବର୍ଷ ପରେ କାରାଗାରରୁ ବାହାରିବେ ଦାରା ସିଂହ, ଅଗଷ୍ଟ ୧୫ ସୁଦ୍ଧା ଜେଲରୁ ମୁକ୍ତ କାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଭୁବନେଶ୍ବର: ଜେଲରୁ ମକୁଳିବେ ଦାରା ସିଂ । ୨୬ ବର୍ଷ ପରେ କାରାଗାରରୁ ବାହାରିବେ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ୍। ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରାଯାଏ ତେବେ ୧୯ ତାରିଖରେ ପୁଣି ଥରେ ଶୁଣାଣି ହେବ । ସୂଚନା ଅନୁଯାୟୀ, ୨୦୨୬ ମସିହା ଜୁଲାଇ ୬ ତାରିଖରେ ଷ୍ଟେଟ ରିଭ୍ୟୁ ବୋର୍ଡରେ କଏଦୀଙ୍କୁ ଛାଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଦାରା ସେନା ପକ୍ଷରୁ ପକ୍ଷ ରଖିଥିଲେ ଆଇନଜୀବନ ଏପି ସିଂହ । ସମସ୍ତ ପକ୍ଷକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲଙ୍କୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହା ମାମଲରେ କିଛି ଟେକ୍ନିକାଲ ପଏଣ୍ଟ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଯେହେତୁ ଦାରା ସିଂହ ଉତ୍ତର ପ୍ରଦେଶର ବାସିନ୍ଦା ତେଣୁ ଭେରିଫିକେସନ ପାଇଁ ଅସୁବିଧା ରହିଛି । ଯଦି ଅଗଷ୍ଟ ୧୫ ସୁଦ୍ଧା ନ ଛାଡ଼ନ୍ତି, ତାହେଲେ ଅଗଷ୍ଟ୧୯ରେ ପୁଣି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Powered by Froala Editor