ୟେଲୋ ୱାର୍ଣ୍ଣିଂ ଜାରି: ଭୁବନେଶ୍ବର ଓ କଟକରେ ଲାଗି ରହିବ ବର୍ଷା
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ସକାଳୁ ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀରେ ଅନ୍ଧକାର ଦେଖାଦେଇଛି । ଆଗାମୀ ଦୁଇ ଘଣ୍ଟା ପାଇଁ ଉଭୟ ଭୁବନେଶ୍ବର ଓ କଟକରେ ବର୍ଷା ଲାଗି ରହିବ ବୋଲି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଇଏମଡି ।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି,ପୁରୀ, ଖୋର୍ଦ୍ଧା, ନୟାଗଡର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।
ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ,କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Powered by Froala Editor