୧୩୨ ରାଷ୍ଟ୍ରକୁ ବ୍ୟାପି ଗଲାଣି ଡେଲଟା ଭାରିଏଣ୍ଟ
ଗତ ସପ୍ତାହରେ ବିଶ୍ବରେ ୪୦ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଓ ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି । ଆଫ୍ରିକା କରୋନା ମୃତ୍ୟୁ ହାରରେ ୮୦ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଡେଲ୍ଟା ଭାରିଏଣ୍ଟ ପାଇଁ ହିଁ ଏଭଳି ସ୍ଥିତି ଆସିଥିବା ବିଶେଷଜ୍ଞମାନେ କହିଛନ୍ତି। ଧନୀ ରାଷ୍ଟ୍ରମାନଙ୍କ ତୁଳନାରେ ନିମ୍ନ ଆୟବର୍ଗର ରାଷ୍ଟ୍ରମାନଙ୍କରେ କମ୍ ଟେଷ୍ଟିଂ ହେଉଥିବାରୁ ସମସ୍ୟା ବଢ଼ୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଧନନ୍ ଗେବ୍ରିୟସେସ୍ କହିଛନ୍ତି। ୨୦୨୨ ସୁଦ୍ଧା ବିଶ୍ବର ୭୦ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ଭବ ନହେଲେ ସ୍ଥିତି ସାଂଘାତିକ ହେବ ବୋଲି ଟେଡ୍ରସ୍ ଚେତାଇ ଦେଇଛନ୍ତି।
ତେବେ କରୋନା ଲହର ଠାରୁ ବଳିଗଲାଣି ଡେଲ୍ଟା ଭାରିଏଣ୍ଟର ପ୍ରକୋପ । ଏ ଯାଏ ୧୩୨ ରାଷ୍ଟ୍ରରେ ଡେଲଟା ଭାରିଏଣ୍ଟ ବ୍ୟାପି ସାରିଛି । ଏହି ଭାରିଏଣ୍ଟର ଭୟଙ୍କର ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ସବୁଠାରୁ ଚିନ୍ତାର ବିଷୟ, ଏଥିଯୋଗୁଁ ୨୯ଟି ରାଷ୍ଟ୍ରରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଛି ।
Powered by Froala Editor