ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ
ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ ଜଣାପଡିଛି। କନିକା ରେଞ୍ଜରେ ୯୦ ଓ ରାଜନଗର ରେଞ୍ଜରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।
ପ୍ରକାଶ ଯେ, ପ୍ରତିବର୍ଷ ମଇ ୧ ତାରିଖଠାରୁ ୩୧ ତାରିଖ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ। ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବାପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନାଳ ଠୁଁ ଉଚ୍ଚ ସ୍ଥାନରେ ବସା କରି ଖରଖରି ପତ୍ର ଓ କାଠି କୁଟା ଆଣି ୨ ଫୁଟ ଉଚ୍ଚର ଗଦା କରିଥାଏ। ଗଦା ଉପରେ କୁମ୍ଭୀର ଅଣ୍ଡା ଦେବାପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ। କୁମ୍ଭୀର ଅଣ୍ଡା ଦେବାପରେ ବସା ଉପରେ, ଓ ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ। ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।
Powered by Froala Editor