ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ହେଲା ବନ୍ଦ
ଭୁବନେଶ୍ଵର: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍। ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍। ଗତକାଲି ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ। ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଥିଲେ ଜିଲ୍ଲାପାଳ।
ରାଜସ୍ଥାନ ସିକରରେ ଆଜି ରଥଯାତ୍ରା ହୋଇଥାନ୍ତା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା । ରାଜସ୍ଥାନର ସିକର ଜିଲ୍ଲାପାଳଙ୍କୁ ଉପ-ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ। ଏଥିସହିତ ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଏହାପରେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor