Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ...

  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ...

  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ...

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ...

  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

  • ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା

  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

  • ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ...

ରାଜ୍ୟ
Home ›› ରାଜ୍ୟ ››ଆଇନର ହାତରୁ ଖସିପାରିବେ ନାହିଁ ଏହି କାର୍ଯ୍ୟରେ ଗାଡ଼ି ନିୟୋଜିତ କରୁଥିବା ବ୍ୟକ୍ତି

ଆଇନର ହାତରୁ ଖସିପାରିବେ ନାହିଁ ଏହି କାର୍ଯ୍ୟରେ ଗାଡ଼ି ନିୟୋଜିତ କରୁଥିବା ବ୍ୟକ୍ତି

2026-07-09 07:05:36
15152
Share:
Facebook
Twitter
E-Mail
WhatsApp
Telegram
ଆଇନର ହାତରୁ ଖସିପାରିବେ ନାହିଁ ଏହି କାର୍ଯ୍ୟରେ ଗାଡ଼ି ନିୟୋଜିତ କରୁଥିବା ବ୍ୟକ୍ତି

ଭୁବନେଶ୍ୱର : ବେଆଇନ କାର୍ଯ୍ୟରେ ଗାଡ଼ି ନିୟୋଜିତ କରୁଥିବା ବ୍ୟକ୍ତି ଆଇନର ହାତରୁ ଖସିପାରିବେ ନାହିଁ। ଗାଡ଼ି ପଞ୍ଜୀକରଣଠାରୁ ଆରମ୍ଭ କରି ମାଲିକାନା ପରିବର୍ତ୍ତନ, ଡିଏଲ୍‌ରେ ଠିକଣା ପରିବର୍ତ୍ତନ ଭଳି କାର୍ଯ୍ୟ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ। ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ସୀମା ଆଦିର ଯାଞ୍ଚ କଡ଼ାକଡ଼ି ହେବ। ଏନେଇ ପରିବହନ ଆୟୁକ୍ତ ସମସ୍ତ ଆର୍‌ଟିଓ ଏବଂ ଏଆରଟିଓମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶର ଅନୁପାଳନ କରିବା ପାଇଁ କହିଛନ୍ତି। ଏଥିରେ କୁହାଯାଇଛି ଯେ ଗାଡ଼ି ପଞ୍ଜୀକରଣ, ମାଲିକାନା ଓ ଡିଏଲ୍‌ରେ ଠିକଣା ପରିବର୍ତ୍ତନ,
ହାଇପୋଥିକେସନ୍ ବାତିଲ, ପରମିଟ୍‌, ଡିଏଲ୍‌ ଆଦି ପାଇଁ ଆବେଦନଗୁଡ଼ିକ ଉପଯୁକ୍ତ ଯାଞ୍ଚ ବିନା ପ୍ରକ୍ରିୟା କରାଯାଉଥିବା ବିଭାଗର ଦୃଷ୍ଟିକୁ ଆସିଛି। ଫଳରେ ଭବିଷ୍ୟତରେ କୌଣସି କାରଣବଶତଃ ଗାଡ଼ି ମାଲିକଙ୍କୁ ନୋଟିସ୍ ପଠାଇବା, ଟିକସ/ଜୋରିମାନା ଆଦାୟ କରିବା, ଦୁର୍ଘଟଣା ତଦନ୍ତ ଏବଂ ଅନ୍ୟ ଆଇନଗତ କାର୍ଯ୍ୟ ସମୟରେ ସମସ୍ୟା ଦେଖାଦେଉଛି। ପରିଚୟପତ୍ରରେ ଗୋଟିଏ ଠିକଣା ରହିଥିବା ବେଳେ ଆରଟିଓରେ ଦାଖଲ ହୋଇଥିବା କାଗଜପତ୍ରରେ ଅନ୍ୟ ଠିକଣା ରହୁଛି। ଏହାକୁ ଦୃଷ୍ଟିରେ ରଖି ଆବେଦକଙ୍କ ପରିଚୟ ଓ ଠିକଣା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ନିଷ୍ପତ୍ତି ଅନୁସାରେ, ଏଣିକି ଗାଡ଼ି କ୍ରେତାଙ୍କ ରହୁଥିବା ଠିକଣା ଅବା ତାଙ୍କ ବ୍ୟବସାୟ ସ୍ଥାନ ଯାଞ୍ଚ କରାଯିବ। ସବୁପ୍ରକାର କାମ ପାଇଁ ଆଧାରକାର୍ଡ ଯାଞ୍ଚ ବାଧ୍ୟତାମୂଳକ ହେବ। ଯଦି ଆବେଦନପତ୍ର ଓ ପରିଚୟପତ୍ରରେ ନାମ, ପିତାଙ୍କ ନାମ, ଫୋନ୍ ନମ୍ବର, ଠିକଣା, ଜନ୍ମ ତାରିଖ, ଫଟୋରେ କିଛି ଅସମାନତା ଥାଏ, ତା’ହେଲେ ତାଙ୍କ ଆବେଦନ ଖାରଜ କରାଯିବ। ପରିବହନ ଗାଡ଼ି ପାଇଁ ଏହି ନିୟମ ଅଧିକ କଡ଼ାକଡ଼ି କରାଯାଇଛି। ମାଲିକାନା ପରିବର୍ତ୍ତନ ସମୟରେ କ୍ରେତାଙ୍କ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇପୋଥିକେସନ୍ ବାତିଲ ପାଇଁ ଋଣଦାତାଙ୍କଠାରୁ ଆପତ୍ତିବିହନୀ ପ୍ରମାଣପତ୍ର ଆଣିବା ଜରୁରୀ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ଠିକଣା ଓ ପରିଚୟ ଆରଟିଓ ଯାଞ୍ଚ କରିବେ। ସେ ରହୁଥିବା ସ୍ଥାନର ଠିକଣା ପ୍ରମାଣପତ୍ର ଦାଖଲ କରିବା ଜରୁରୀ। ଯଦି ଆର୍‌ଟିଓ ପଠାଇଥିବା ନୋଟିସ୍‌କୁ ଗାଡ଼ି ମାଲିକ ଗ୍ରହଣ କରୁନାହାନ୍ତି, ତାହେଲେ ସେହି ମାମଲାକୁ ତୁରନ୍ତ ବନ୍ଦ ନ କରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ତାଙ୍କର ସନ୍ଧାନ କରାଯିବ। ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଖୋଜି ବାହାର କରାଯିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉପଯୁକ୍ତ ଯାଞ୍ଚ ବିନା ଆବେଦନପତ୍ର ଅନୁମୋଦନ କରୁଥିବା ଆରଟିଓ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଗାଡ଼ି ମାଲିକଙ୍କ ଠିକଣା ଭୁଲ ଥିବା ଜଣାପଡ଼େ, ତା ହେଲେ ଅନୁମୋଦନ କରିଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବ।

Powered by Froala Editor

Tags Motor vehicle rule

Related articles Odisha News Lens 4.1

  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ
    ଦେଶ-ଦେଶାନ୍ତର

    ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ

    13412
    Aug 07, 2026
  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

    14999
    Aug 06, 2026
  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା
    ଦେଶ-ଦେଶାନ୍ତର

    ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା

    14249
    Aug 07, 2026
  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା
    ମନୋରଞ୍ଜନ

    ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

    14714
    Aug 06, 2026
  • ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା
    ଦେଶ-ଦେଶାନ୍ତର

    ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା

    13739
    Aug 06, 2026
  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ
    ଦେଶ-ଦେଶାନ୍ତର

    ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

    15226
    Aug 06, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା
    ବିଶେଷ

    ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13621
    Aug 07, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...

    14063
    Aug 07, 2026
  • ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା

    15114
    Aug 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

    15226
    Aug 06, 2026
  • ଦେଶ-ଦେଶାନ୍ତର

    ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

    14999
    Aug 06, 2026
  • ମନୋରଞ୍ଜନ

    ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

    14714
    Aug 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17017
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17628
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17679
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18079
    Sep 06, 2023

ବିଶେଷ

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13621
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15504
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16168
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15022
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14514
    Jul 28, 2026

ବାଣିଜ୍ୟ

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14145
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14438
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14607
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14257
    Jul 29, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା

    13739
    Aug 06, 2026
  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

    15226
    Aug 06, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13621
    Aug 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In