ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି : ଆର୍ଟିପିସିଆର୍ ରିପୋର୍ଟ ନଥିଲେ ରାଜ୍ୟକୁ ଏଣ୍ଟ୍ରି ନାହିଁ

କରୋନାର ପ୍ରକୋପ କିଛିଟା ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସବୁ ରାଜ୍ୟ ପ୍ରାଣପଣେ ପ୍ରୟାସ କରିବାରେ ଲାଗିପଡ଼ିଛନ୍ତି । ଏସବୁ ଭିତରେ ତାମିଲନାଡୁ ସରକାର ରାଜ୍ୟକୁ କୋଭିଡ୍ ମୁକ୍ତ କରିବା ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି । ଏଣିକି ଆର୍ଟିପିସିଆର୍ ରିପୋର୍ଟ ନଥିଲେ ରାଜ୍ୟକୁ ଏଣ୍ଟ୍ରି ନାହିଁ ବୋଲି ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କରୋନା ନେଗେଟିଭ ରିପୋର୍ଟ ଦେଖାଇବା ପରେ କେରଳକୁ ଆସୁଥିବା ଯାତ୍ରୀଙ୍କୁ ତାମିଲନାଡୁରେ ପ୍ରବେଶ ଅନୁମତି ମିଳିବ ।
ଆସାମ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ପରେ ଏବେ ତାମିଲନାଡୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୫ ତାରିଖରୁ କେରଳରୁ ତାମିଲନାଡୁକୁ ଆସୁଥିବା ଲୋକଙ୍କ ପାଇଁ ଆର୍ଟିପିସିଆର୍ ରିପୋର୍ଟ ବାଧ୍ୟତାମୂଳକ ବୋଲି ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମନ୍ୟମ୍ କହିଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ଦେଶରେ କରୋନା ମାମଲା ହ୍ରାସ ପାଇଛି । ହେଲେ ଦକ୍ଷିଣ ଭାରତର ପରିସ୍ଥିତି ବିସ୍ଫୋରକ ରହିଛି।
ଗତ କିଛି ଦିନ ହେବ କେରଳ କ୍ରମାଗତ ଭାବରେ ୨୦ ହଜାରରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହୋଇଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦,୬୨୪ ଟି ନୂଆ ମାମଲା ରୁଜୁ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ କେରଳରେ ସଂକ୍ରମଣ ହାର ମଧ୍ୟ ଅଧିକ ରେକର୍ଡ କରାଯାଇଛି। ଗତ କିଛି ଦିନ ପର୍ୟ୍ୟନ୍ତ କେରଳରେ ସକାରାତ୍ମକତା ହାର ପ୍ରାୟ ୧୦ ପ୍ରତିଶତ ଥିଲା, କିନ୍ତୁ ବର୍ତ୍ତମାନ ଏହା ୧୨.୩୧% ରେ ପହଞ୍ଚିଛି।ସେହିପରି କେରଳ ପରେ ତାମିଲନାଡୁର ବି ସ୍ଥିତି ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୧୯୮୬ ଟି କରୋନା ମାମଲା ହୋଇଥିବାବେଳେ ୨୬ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୦,୭୧୬ସକ୍ରିୟ କରୋନା ରୋଗୀ ଅଛନ୍ତି।
Powered by Froala Editor