ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ନବୀନ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଛନ୍ତି ।
ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି।
ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ୨୪ ବର୍ଷ ଧରି ଓଡିଶାର ସେବା ପାଇଁ ସୁଯୋଗ ମିଳିଥିଲା ନବୀନଙ୍କ ନେତୃତ୍ୱରେ ସୁଯୋଗ ମିଳିଥିଲା। ଆଜି ବିଜେଡିରେ ସେହିଭଳି ସୁଯୋଗ ମିଳିଛି।
Powered by Froala Editor