ଭୁବନେଶ୍ୱରରୁ ଇନ୍ଷ୍ଟାମାର୍ଟରେ ଅର୍ଡର ହେଉଛି ସର୍ବାଧିକ ଚା’
କୋଲକାତା: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ଭାରତର ପ୍ରାୟ ୧୩୦ଟି ସହରରୁ ଇନଷ୍ଟାମାର୍ଟରୁ କରାଯାଉଥିବା ଅର୍ଡରକୁ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରେ କୋଚି ଏବଂ ତିରୁଅନନ୍ତପୁରମ ସମେତ ଭୁବନେଶ୍ୱରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଜଣାପଡ଼ିଛି। ବ୍ଲାକ୍ ଟି ଏବଂ ଆସାମ ଟି ପାଇଁ ଗ୍ରାହକମାନଙ୍କ ସର୍ବାଧିକ ଚାହିଦା ରହିଥିଲାବେଳେ ପିଚ୍ ଟି, ଗ୍ରିନ୍ ଟି ଏବଂ ଉତ୍ତମ ସ୍ବାସ୍ଥ୍ୟକେନ୍ଦ୍ରିକ ଚା’ ପାନୀୟ ପ୍ରତି ମଧ୍ୟ ସର୍ବାଧିକ ଗ୍ରାହକଙ୍କ ଚାହିଦା ବଢୁଥିବା ଜଣଶପଡ଼ିଛି।
ପିଚ୍ ଟି ଭାରତର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଚା’ ସ୍ବାଦ ଭାବେ ଉଭା ହୋଇଥିଲାବେଳେ ବାର୍ଷିକ ହାରରେ ଏହାର ଚାହିଦାରେ ୬୨% ବୃଦ୍ଧି ରେକର୍ଡ କରାଯାଇଥିବା କୁହାଯାଇଛି।
Powered by Froala Editor