୨୫ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ବର: ପୂର୍ବାପେକ୍ଷା ଶନିବାର ଗ୍ରୀଷ୍ମ ତାତି ଓ ଗୁଳୁଗୁଳି ସାମାନ୍ୟ ହ୍ରାସ ପାଇଛି। ଆଜି କିଛି ଜିଲାରେ ପାରଦ ୩୮ରୁ ୪୦ଡିଗ୍ରୀ ମଧ୍ୟରେ ରହିଥିଲା। ଆଗାମୀ ୬/୭ଦିନ ଏହିପରି ସ୍ଥିତି ରହିବ। ଦିନବେଳା ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସେହିପରି ଆସନ୍ତା ୨୫ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୫୦କି.ମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ।
Powered by Froala Editor