କୋଭିଡ ନିୟମ ଭଙ୍ଗ, ଆଦାୟ ହେଲାଣି କୋଟିଏ ୫୮ ଲକ୍ଷ ଜୋରିମାନା ।
କୋଭିଡ ନିୟମ ଭଙ୍ଗ, ଆଦାୟ ହେଲାଣି କୋଟିଏ ୫୮ ଲକ୍ଷ ଜୋରିମାନା ।
କଟକ: କଡା କଡି ହେଉଛି କୋଭିଡ ନିୟମ । ତଥାପି ଅମାନିଆଙ୍କ ବେଫିକର ନିୟମ ଭାଙ୍ଗିବା ରେ ରୋକ ଲାଗୁନି । କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅମାନିଆଙ୍କ ଠାରୁ ୫ ଦିନରେ ଦେଢ଼ କୋଟି ଟଙ୍କାରୁ ଅଧିକ ଜରିମାନା ଆଦାୟ କଲାଣି ପୁଲିସ । ପାଞ୍ଚ ଦିନ ଭିତରେ ମୋଟ ୫୬ ହଜାର ୨୫୬ ଜଣଙ୍କଠାରୁ ୧ କୋଟି ୫୮ ଲକ୍ଷ ୭୩ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଚି । ପଞ୍ଚମ ଦିନରେ ସାମାଜିକ ଦୂରତା ବଜାୟ ରଖି ନଥିବା ୧୧୬୧ ଜଣ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୫୬ ହଜାର ୯୦୦ ଟଙ୍କା ଓ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନଥିବା କାରଣରୁ ୧୦ ହଜାର ୧୪୯ ଜଣ ବ୍ୟକ୍ତିଙ୍କ ଠାରୁ ୩୧ ଲକ୍ଷ ୮୪ ହଜାର ୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ମାସ୍କ ନ ପିନ୍ଧି ପାଖାପାଖି ୫୦ ହଜାର ଅମାନିଆ ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଦେଇ ସାରିଲେଣି ବୋଲି ସୂଚନା ମିଳିଛି । ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କଡାକଡି ଚାଲିବ ବୋଲି ସୂଚନା ମିଳିଛି ।