ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ, କେନ୍ଦ୍ରର । ବୈଷୟିକ ତ୍ରୁଟି ଯୋଗୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି। ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଏହି ଯୋଜନାରେ ହିତାଧିକାରୀଙ୍କୁ ଆହୁରି ମାଗଣା ଚାଉଳ ମିଳିବ । ପୂର୍ବରୁ ସେମାନଙ୍କୁ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ୧୦ କେଜି ମିଳିବ ।
Powered by Froala Editor