୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ
ଭୁବନେଶ୍ୱର: ମୌସୁମୀ ଆସୁଛି । ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ । ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ଖସିପାରେ । ପାଣିପାଗ ବିଭାଗଏଭଳି ପୂର୍ବାନୁମାନ କରିଛି ।ଗତ କିଛି ଦିନ ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତ କରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ ।
ଆନ୍ତର୍ଜାତିକ ପାଣିପାଗ ମଡେଲଗୁଡ଼ିକରଆକଳନ ଅନୁଯାୟୀ, ଓଡ଼ିଶାରେ ମୌସୁମୀ ଏକାସଙ୍ଗେ ସମଗ୍ର ରାଜ୍ୟକୁ ନ ଛୁଇଁ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଆଗକୁ ବଢ଼ିପାରେ । ପ୍ରଥମ ପର୍ଯ୍ୟାୟରେ ୧୩–୧୫ଜୁନ୍ ଭିତରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ । ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାପ୍ରଭାବିତ ହେବେ । ତେବେ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାଜିଲ୍ଲା ଦେଇ ସାମୁଦ୍ରିକ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସବୁଠାରୁ ଅଧିକ ସମ୍ଭାବନା ଅଛି ।
ପଶ୍ଚିମ ଓଡ଼ିଶାକୁ ୧୪–୧୭ଜୁନ ମଧ୍ୟରେ ମୌସୁମୀ ଆଗମନ କରିପାରେ । ଏହିସମୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ସମ୍ପ୍ରସାରିତ ହେବ । ତୃତୀୟ ପର୍ଯ୍ୟାୟରେଉତ୍ତର-କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫–୧୯ତାରିଖ ମଧ୍ୟରେ ମୌସୁମୀ ଛୁଇଁପାରେ । ତେବେଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଶେଷପର୍ଯ୍ୟାୟରେ ମୌସୁମୀ ଦ୍ୱାରା ପ୍ରଭାବିତ ହେବାରସମ୍ଭାବନା ଅଛି ।
Powered by Froala Editor