ମହାନଦୀ ସଂଲଗ୍ନ ହୀରାକୁଦ ଓ ବୁର୍ଲା ପାର୍ଶ୍ୱରେ ରିଂରୋଡ଼ ସହିତ ନିର୍ମାଣ ହେବ ଆକର୍ଷକ ପୋଲ
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମହାନଦୀ ସଂଲଗ୍ନ ହୀରାକୁଦ ଓ ବୁର୍ଲା ପାର୍ଶ୍ୱରେ ରିଂରୋଡ଼ କରାଯାଉଥିବା ବେଳେ ଏହି ଅଞ୍ଚଳରେ ସୁନ୍ଦର ତଥା ଆକର୍ଷକ ପୋଲର ନିର୍ମାଣ କରାଯିବ। ହୀରାକୁଦ ନଦୀବନ୍ଧ ଯୋଗୁଁ ମହାନଦୀ ଭିତରେ ସୃଷ୍ଟି ହୋଇଥିବା ପ୍ରାୟ ୩୦୦ ଏକରର ଏକ ଟାପୁକୁ ବିକାଶ କରାଯିବ। ଏଥିପାଇଁ ଉଭୟ ହୀରାକୁଦ ଓ ବୁର୍ଲା ପଟୁ ୨ଟି ପୋଲ ନିର୍ମାଣ କରାଯିବ। ଏହି ପୋଲର ଲମ୍ବ ୧.୯ କିଲୋମିଟର ହେବ। ବୁର୍ଲା ପାର୍ଶ୍ବରୁ ଟାପୁ ପର୍ଯ୍ୟନ୍ତ ୮୭୬ ମିଟର, ହୀରାକୁଦ ପାର୍ଶ୍ବରୁ ଟାପୁ ପର୍ଯ୍ୟନ୍ତ ୪୭୫ ମିଟର ଏବଂ ଟାପୁ ଅଞ୍ଚଳରେ ୩୯୩ ମିଟର, ଏପରି ସମୁଦାୟ ୧୯୦୦ ମିଟର ଲମ୍ବ ବ୍ରିଜ ଓ ରାସ୍ତା ନିର୍ମାଣ ହେବ। ଏଥିପାଇଁ ସରକାର ୩୫୩ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ହୀରାକୁଦ ଡ୍ୟାମରୁ ୧ କିମି ଦୂରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ପୋଲ ଦ୍ୱାରା ବୁର୍ଲାରୁ ହୀରାକୁଦକୁ ଦୂରତା କମିବ। ଏହାବ୍ୟତୀତ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରେ ୩ ମିଟର ଓସାରର ସାଇକଲ ଟ୍ରାକ ଓ ୧.୫ ମିଟରର ଚଲାପଥ ରହିବ। ଏହା ବାହାରେ କାଚ ଗ୍ଲାସର ବ୍ରିଜ ରହିବ। ସମୁଦାୟ ଏହି ବ୍ରିଜର ଓସାର ୧୯.୫ ମିଟର ହେବ। ଏହି କାଚ ଗ୍ଲାସ ବ୍ରିଜ ଉପରେ ରହି ପର୍ଯ୍ୟଟକ ହୀରାକୁଦ ନଦୀବନ୍ଧ ଏବଂ ମହାନଦୀ ପ୍ରକୃତିର ମଜା ନେଇ ପାରିବେ। ଏହି ବ୍ରିଜରୁ ଟାପୁକୁ ସଂଯୋଗ ରାସ୍ତା ମଧ୍ୟ ରହିବ। ଏହି ବ୍ରିଜର ନିର୍ମାଣ
ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇ ଟାପୁ ଦେଇ ହୀରାକୁଦ ପର୍ଯ୍ୟନ୍ତ ଯିବ ଏବଂ ଉଭୟପାର୍ଶ୍ବରେ ନିର୍ମିତ ହେବାକୁ ଥିବା ଆଉଟର ରିଂରୋଡରେ ସଂଯୋଗ ହେବ।
Powered by Froala Editor