ମାନହାନୀ ମାମଲାରେ ଶିଳ୍ପାଙ୍କୁ ଧକ୍କା
ମୁମ୍ବଇ: ସାମାଜିକ ଗଣମାଧ୍ୟମରେ ସମାଲୋଚନାକୁ ବନ୍ଦ କରିହେବ ନାହିଁ ବୋଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ସ୍ପଷ୍ଟ ଶୁଣାଇଛନ୍ତି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ମାମଲାରେ ସମାଲୋଚିତ ଶିଳ୍ପା ମାନହାନି ମୋକଦ୍ଦମା କରିଥିଲେ। ଏହାର ଶୁଣାଣିବେଳେ ବିଚାରପତି ଗୌତମ ପଟେଲ କହିଛନ୍ତି ଯେ ‘ଆପଣ ସାଧାରଣ ଜୀବନରେ ଅଛନ୍ତି; ତେଣୁ ସମସ୍ତେ ଆପଣଙ୍କୁ ନିରୀକ୍ଷଣ କରୁଛନ୍ତି। ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇ ହେବ ନାହିଁ। କଟକଣା ଲଗାଇଲେ ଗଣମାଧ୍ୟମର ସ୍ବାଧୀନତା ଉପରେ କୁପ୍ରଭାବ ପଡ଼ିବ। ପୁଲିସ ସୂଚନାନୁଯାୟୀ, ସମାଲୋଚନା ଆକ୍ଷେପମୂଳକ ନୁହେଁ।’ ସୂଚନାଯୋଗ୍ୟ ଯେ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ନେଇ କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ଶିଳ୍ପା ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଥିବା ଦର୍ଶାଇ ଗୁରୁବାର ଆଦଲତର ଦ୍ବାରସ୍ଥ ହୋଇଥିଲେ।
Powered by Froala Editor