ଆକ୍ସନ ମୋଡରେ ପ୍ରଶାସନ, ରାଇରଙ୍ଗପୁର ଖଣି ମାଲିକଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର: ଖଣି ମାଲିକଙ୍କ ଘରେ ବଡ଼ ଧରଣର ଚଢ଼ାଉ। ୭୦ କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି। ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀର୍ଘବର୍ଷ ହେଲା ଖଣି ମାଲିକ ବକେୟା ଟଙ୍କା ଡିପୋଜିଟ୍ କରୁନଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଆକ୍ସନକୁ ଆସିଛି। ରାଇରଙ୍ଗପୁରର ଖଣି ମାଲିକ ଜୟ କିଶୋର ଚୌବେଙ୍କ ଘରେ ଚଢ଼ାଉ କରାଯାଇଛି ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତହସିଲଦାର, ସଵ ରେଜିଷ୍ଟ୍ରାର, ମାଇନିଂ ଅଫିସର, ପୂର୍ତ୍ତବିଭାଗ ଯନ୍ତ୍ରୀ ଏବଂ ରାଇରଙ୍ଗପୁର ପୋଲିସର ମିଳିତ ଚଢ଼ାଉ କରିଛନ୍ତି। ଖଣି ମାଲିକଙ୍କ ଅଁଳାଡୁବାସ୍ଥ ବାସ ଭବନରେ ଚଢ଼ାଉ ହୋଇଛି ।୨୦୧୮ ମସିହାରେ ତାଙ୍କ ନାମରେ ରୁଜୁ ହୋଇଥିବା ୩୬ କୋଟି ୯୬ ଲକ୍ଷ ୨ ହଜାର ୬ ଶହ ୭୮ ଟଙ୍କା ଓ ସୁଦ୍ଧ ମିଶି ୩୦ କୋଟି ସମୁଦାୟ ୭୦ କୋଟି ୫୯ ଲକ୍ଷ ୧୫ ହଜାର ୭ ଶହ ୧୦ ଟଙ୍କାରୁ ଉର୍ଦ୍ଧ୍ବ ବାକି ପଡ଼ିଛି । ଘର ନିଲାମ ସଂପର୍କରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ଦିଆଯାଇଛି ।
Powered by Froala Editor