ମାଲବାହୀ ଟ୍ରେନ ତଳେ ଆତ୍ମହତ୍ୟା କଲେ ବୃଦ୍ଧ
ଧାମରା : ଭଦ୍ରକ ଜିଲ୍ଲା ଧାମରା ନିକଟରେ ରେଳ ଧାରଣାରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାପଡିଛି।
ଖବର ଅନୁଯାଇ ସିମୁଳିଆ ଅଞ୍ଚଳର ରାମକୃଷ୍ନ ଜେନା (୮୨) ଦୀର୍ଘ ଦିନ ହେବ ଦୋସିଙ୍ଗା ଅଞ୍ଚଳରେ ନିଜ ଝିଅ ଘରେ ରହି ଆସୁଥିଲେ। କୌଣସି କଥାକୁ ନେଇ ସଂପୃକ୍ତ ବୃଦ୍ଧ ଜଣକ ଆଜି ଆସି ଧାମରାରୁ ଭଦ୍ରକ ଯାଉଥିବା ମାଲବାହୀ ଟ୍ରେନ ତଳେ ଶୋଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବର ପାଇ ଧାମରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Powered by Froala Editor