ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ
ଦକ୍ଷିଣ ଆଟ୍ଲାଣ୍ଟିକ୍ରେ କ୍ରୁଜ୍ ଶିପ୍ରେ ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଛନ୍ତି । କ୍ରୁଜ୍ ଶିପ୍ରେ ୧୧ ଜଣ ହେଣ୍ଟାଭାଇରସ୍ ଦ୍ୱାରା ସଂକ୍ରମିତ ଜଣାପଡ଼ିଲେ। ତନ୍ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି । ଜାହାଜ ଏବେ ସ୍ପେନ୍ର କାନାରି ଦ୍ୱୀପରେ ରହିଛି ଏବଂ ସଂକ୍ରମିତଙ୍କୁ ଅଲଗା ରଖାଯାଇଛି । ଏହି ଭାଇରସ୍ର ମୃତ୍ୟୁ ହାର ୨୦-୪୦ ପ୍ରତିଶତ, ଯାହା ବିପଦପୂର୍ଣ୍ଣ।
ସାଧାରଣତଃ ସଂକ୍ରମିତ ମୂଷାର ମଳମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା ହେଣ୍ଟାଭାଇରସ୍ ବ୍ୟାପେ । ତେବେ ଏଥର ଆଣ୍ଡିଜ ଭାଇରସ୍ ଷ୍ଟ୍ରେନ୍ ବିଷୟରେ ଜଣାପଡ଼ିଛି । ହେଣ୍ଟାଭାଇରସ୍ ସାଧାରଣତଃ ମୂଷା ଦ୍ୱାରା ମଣିଷକୁ ବ୍ୟାପିଥାଏ । କିନ୍ତୁ ଆଣ୍ଡିଜ ଷ୍ଟ୍ରେନ୍ ମଣିଷରୁ ମଣିଷକୁ ବ୍ୟାପିପାରେ । ଦକ୍ଷିଣ ଆମେରିକାରେ ଚିହ୍ନଟ ଏହି ଷ୍ଟ୍ରେନ୍ ସୀମିତ ପରିସ୍ଥିତିରେ ମଧ୍ୟ ଜଣେ ବ୍ୟକ୍ତିଠୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ । କ୍ରୁଜ୍ ଶିପ୍ରେ ସଂକ୍ରମଣ ବ୍ୟାପିବାର ଏହା ମୁଖ୍ୟ କାରଣ ବୋଲି କୁହାଯାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ହେଣ୍ଟାଭାଇରସ୍ର ଲକ୍ଷଣ ପ୍ରାରମ୍ଭରେ ସାଧାରଣ ଫ୍ଲୁ ଭଳି ମନେହୁଏ । ଏଥିରେ ମାଂସପେଶୀରେ ଯନ୍ତ୍ରଣା, ଥଣ୍ଡା ଲାଗିବା ଓ ପେଟ ସମସ୍ୟା ହୋଇପାରେ । ସଂକ୍ରମଣ ବଢ଼ିବା ଦ୍ୱାରା ଏହା ଫୁସ୍ଫୁସ୍କୁ ପ୍ରଭାବିତ କରେ, ଫଳରେ ଶ୍ୱାସକ୍ରିୟାରେ ସମସ୍ୟା ହୁଏ ।
Powered by Froala Editor