ସାବିତ୍ରୀରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ମହିଳା
ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେଶ୍ୱର ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶନିବାର ସକାଳୁ ସକାଳୁ ସହର ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ନିଜ ସ୍ବାମୀଙ୍କ ଦୀର୍ଘାୟୁ ଓ ସୁଖସମୃଦ୍ଧି କାମନା କରି ମହିଳାମାନେ ବାବା ଖଣ୍ଡେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ବ୍ରତ ରଖିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଯାଇ ମହିଳାମାନେ ବାବାଙ୍କ ଦର୍ଶନ କରିବା ସହ ସାବିତ୍ରୀ-ସତ୍ୟବାନଙ୍କ ଉପାଖ୍ୟାନ ଶୁଣୁଥିବା ଦେଖିବାକୁ ମିଳିଛି।
Powered by Froala Editor