ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ଆଇପିଏସ୍ ଅଧିକାରୀ
କଲକାତା: ପଶ୍ଚିମବଙ୍ଗ ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ରାଜ୍ୟର ବିଜେପି ସରକାର ଶୁକ୍ରବାର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଆଇପିଏସ୍ ଅଧିକାରୀମାନେ ହେଲେ ବିନୀତ ଗୋୟଲ, ଇନ୍ଦିରା ମୁଖାର୍ଜୀ ଓ ଅଭିଷେକ ଗୁପ୍ତା। ଏହି ଅଧିକାରୀମାନେ ଘଟଣାକୁ ତ୍ରୁଟିପୂର୍ଣ୍ଣ ପରିଚାଳନା କରିଥିଲେ; ଯେପରିକି ମୃତ ଛାତ୍ରୀଙ୍କ ପିତାମାତାଙ୍କୁ ଲାଞ୍ଚ ଆକାରରେ ଟଙ୍କା ଯାଚିବା ଓ ଅନଧିକୃତ ଭାବେ ସାମ୍ବାଦିକ ସମ୍ମିଳନୀ କରିବା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ରାଜ୍ୟ ଗୃହ ବିଭାଗ ସଚିବ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବେ।
Powered by Froala Editor