ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
ଇସଲାମାବାଦ: ପାକିସ୍ତାନ ସେନାର ରକେଟ୍ ଫୋର୍ସ କମାଣ୍ଡ ଗୁରୁବାର ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ପାକିସ୍ତାନ ସେନାର କହିବା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ୭୫୦ କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏହା ସୁପରସୋନିକ ବେଗରେ ଗତି କରିବା ସହିତ ରେଡାରକୁ ଚକ୍ମା ଦେଇପାରିବ। ଏହା ୩୩୦ କିଲୋ ଓଜନର ଯୁଦ୍ଧାସ୍ତ୍ର ପରିବହନ କରିପାରିବ। ପାକିସ୍ତାନ ଏହାକୁ ଚୀନର କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ କରିଛି।
Powered by Froala Editor