ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ଜିଲାର ଜଣେ ୩୧ ବର୍ଷୀୟା ମହିଳା ପାଞ୍ଚଦିନ ମଧ୍ୟରେ ୪ ଜଣ ସନ୍ତାନଙ୍କୁ ସ୍ବାଭାବିକ ପ୍ରକ୍ରିୟାରେ ଜନ୍ମ ଦେଇଥିବା ଜଣାପଡିଛି। ଚିକିତ୍ସା ଶାସ୍ତ୍ରରେ ଏହା ଏକ ବିରଳ ଘଟଣା ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି। ସାଧାରଣତଃ ଏକାସାଙ୍ଗରେ ଏକାଧିକ ସନ୍ତାନଙ୍କ ପ୍ରସବ ପ୍ରକ୍ରିୟାରେ ଅସ୍ତ୍ରୋପଚାର ଜରୁରୀ ହୋଇପଡିଥାଏ। ତେବେ ସଂପୃକ୍ତ ମହିଳା କିଭଳି ସ୍ବାଭାବିକ ପ୍ରକ୍ରିୟାରେ ଚାରି ନବଜାତଙ୍କୁ ଜନ୍ମ ଦେଲେ, ତାହା ଡାକ୍ତରଙ୍କୁ ବିସ୍ମିତ କରିଛି। ଏମାନଙ୍କ ମଧ୍ୟରେ ଦୁଇଜଣ ପୁତ୍ର ଓ ଦୁଇଜଣ କନ୍ୟା ସନ୍ତାନ ସାମିଲ ଅଛନ୍ତି। ମହିଳାଙ୍କ ଗର୍ଭରେ ଚାରି ଶିଶୁ ରହିଥିବା ସ୍କାନିଂରୁ ଜଣାପଡିଥିଲା। ତେଣୁ ପର୍ଯ୍ୟାୟ କ୍ରମେ ପ୍ରସବ ପ୍ରକ୍ରିୟା ସମ୍ପାଦନ କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ।
Powered by Froala Editor