ଡଲି ହତ୍ୟାକାଣ୍ଡ ଘଟଣା: ବିହାରରୁ ଲଲ୍ଲୁକୁ ଗିରଫ କଲା ପୁଲିସ
ଜଗତସିଂହପୁର: ବହୁ ଚର୍ଚ୍ଚିତ ଡଲି ହତ୍ୟାକାଣ୍ଡ ଘଟଣାରେ ଜଗତସିଂହପୁର ପୋଲିସକୁ ମିଳିଛି ବଡ ସଫଳତା। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ସ୍ଥିତ ବିଲରେ ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସ ଓରଫ ଡଲି ହତ୍ୟାକାଣ୍ଡ ଘଟଣାରେ ପୁଲିସ ସୂପରି କିଲର ଲଲ୍ଲୁ କୁମାରଙ୍କୁ ବିହାରରୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ସହ ଲଲ୍ଲୁ ଗତ ୧୮ତାରିଖରେ ଜଗତସିଂହପୁର ଆସିଥିଲା । ୧୯ ତାରିଖରେ ଡଲିର ନିର୍ବନ୍ଧକୁ ମଧ୍ୟ ଯାଇଥିଲା।୨୦ ତାରିଖରେ ସେମାନେ ଡଲିକୁ ହତ୍ୟା କରି ଜାମସେଦପୁର ପଳାଇ ଥିଲେ । ୨୧ ତାରିଖରେ ଡଲିର ମୃତଦେହ ମିଳିବା ପରେ ପୋଲିସ ୨୨ତାରିଖରେ ସୂର୍ଯ୍ୟକାନ୍ତକୁ ଗିରଫ କରିଥିଲା ମାତ୍ର ଲଲ୍ଲୁ ଫେରାର ହୋଇ ଯାଇଥିଲା। ଶୁକ୍ରବାର ପୋଲିସ ବିହାରରୁ ଲଲ୍ଲୁକୁ ଗିରଫ କରି ଜଗତସିଂହପୁର ଆଣିଛି। ପୋଲିସ ତା ନିକଟରୁ କାର, ୨ଟା ମୋବାଇଲ, ୨ଟା ଏଟିଏମ୍ କାର୍ଡ ଜବତ କରିଛି ।
Powered by Froala Editor