ଭୁଲ୍ ରିପୋର୍ଟିଂ ଅଭିଯୋଗ, ୨୯ ସାମ୍ବାକିକଙ୍କ ନାଁରେ ମାମଲା ରୁଜୁ କଲେ ଶିଳ୍ପା
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗତ କିଛି ଦିନ ତଳେ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ଏବଂ ପ୍ରକାଶନ ସହିତ ଜଡିତ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ନେଇଥିଲେ । ମାତ୍ର ରାଜ କୁନ୍ଦ୍ରାଙ୍କ ସହ ହୋଇଥିବା ପୂର୍ଣ୍ଣୋଗ୍ରାଫୀ ମାମଲାରେ ହେଉଥିବା ରିପୋର୍ଟିଂ ବାବଦରେ ଶିଳ୍ପା ଅଭିଯୋଗ ଆଣିଛନ୍ତି ।
ଶିଳ୍ପାଙ୍କ କହିବା ଅନୁଯାୟୀ ‘ମିଥ୍ୟା ରିପୋର୍ଟ ଏବଂ ତାଙ୍କ ଭାବମୂର୍ତ୍ତିକୁ ବଦନାମ କରାଯାଉଛି’ । ତେଣୁ ସେ ବମ୍ବେ ହାଇକୋର୍ଟରେ ଅଭିଯୋଗ କରିବା ସହ ୨୯ ଜଣ ମିଡିଆ କର୍ମଚାରୀ ଏବଂ ମିଡିଆ ହାଉସ୍ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି ।
ANI ସୂଚନା ମୂତାବକ, SEBI (Securities and Exchange Board of India) ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଶିଳ୍ପା ଶେଟ୍ଟୀ, ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହା ପୂର୍ବରୁ ANI କୁ ସୂଚନା ଦେଇଥିଲେ ଯେ ଶିଳ୍ପା ଶେଟ୍ଟୀଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ଏବଂ ଫୋରେନସିକ୍ ଅଡିଟର ସମ୍ପୃକ୍ତ ସମସ୍ତ ଟ୍ରାନଜାକ୍ସନ ଉପରେ ନଜର ରଖିବେ। କିନ୍ତୁ ଶିଳ୍ପା ଅଭିଯୋଗ କରିଛନ୍ତି ଯେ, ମିଡିଆ କର୍ମଚାରୀ ସମ୍ପୂର୍ଣ୍ଣ ତଥ୍ୟ ପାଇବା ଆଗରୁ ଭୁଲ୍ ରିପୋର୍ଟ ଦେଉଛନ୍ତି ।
ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ମାମଲରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
Powered by Froala Editor