ଟିଭି ଉପସ୍ଥାପକରୁ ପୁଣି ସଙ୍ଗୀତ ଦୁନିଆକୁ ଫେରିବେ ଆଦିତ୍ୟ
ଟିଭି ଉପସ୍ଥାପକ ଭାବେ ଆଦିତ୍ୟ ନାରାୟଣ ବେଶ୍ ପରିଚିତ ହୋଇଛନ୍ତି । ଏଥିରୁ ସେ ଭଲ ଟଙ୍କା ମଧ୍ୟ ଇନକମ୍ କରୁଛନ୍ତି । କିନ୍ତୁ ତାଙ୍କର ପ୍ରଥମ ପସନ୍ଦ ହେଉଛି ସଙ୍ଗୀତ । ଯେଉଁଥିରୁ ସେ ଦୂରେଇ ଯାଇଛନ୍ତି । ହେଲେ ପୁଣି ସଙ୍ଗୀତ ଦୁନିଆକୁ ବ୍ୟାକ୍ଅପ କରିବେ ବୋଲି ସୂଚନା ଦେଇଛନ୍ତି ଆଦିତ୍ୟ ।
ଆଦିତ୍ୟ ମଧ୍ୟ ୧୮ ବର୍ଷ ବୟସରେ ସେ ରେ ଗା ମା ପାରେ ଜରିଆରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେତେବେଳେ ସେ ପ୍ରତି ଏପିସୋଡ୍ ପିଛା ୭୫୦୦ ଟଙ୍କା ରୋଜଗାର କରୁଥିଲେ। ବର୍ତ୍ତମାନ ସେ ଭାରତୀୟ ସିଙ୍ଗର୍ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ଉପସ୍ଥାପକରେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ ଆଦିତ୍ୟ ନାରାୟଣ ୨୦୨୨ ମସିହାରେ ଟେଲିଭିଜନରୁ ବିରତି ନେବେ ବୋଲି କହିଛନ୍ତି। ସେ ଏଥିରୁ ବିରତି ଦନଇ ସଙ୍ଗୀତ କ୍ୟାରିୟରକୁ ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି। ସଙ୍ଗୀତ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି ଆଦିତ୍ୟ।
Powered by Froala Editor