ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
ପଶ୍ଚିମବଙ୍ଗର ବିଜେପି ନେତା ତଥା ପୋଷ୍ଟର ବୟ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି କରାଯାଇଥିବା ସୂଚନା ରହିଛି। ବାଇକରେ ଆସି ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଚନ୍ଦ୍ରନାଥ ରଥଙ୍କ ମୁଣ୍ତକୁ ୪ରାଉଣ୍ତ ଗୁଳିମାଡ କରାଯାଇଛି। ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା ସୂଚନା। ଘଟଣା ସ୍ଥଳରେ ମଧ୍ୟମଗ୍ରାମ ଏବଂ ବିମାନବନ୍ଦର ପୋଲିସ ଷ୍ଟେସନର ପୁଲିସ ପହଞ୍ଚିଛି। ନିର୍ବାଚନ ସମୟରେ ଚନ୍ଦ୍ରନାଥ ରଥ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ପାଖେ ପାଖେ ରହୁଥିଲେ। ରାତିରେ ଘରକୁ ଫେରୁଥିବା ସମୟରେ, ଉତ୍ତର ୨୪ପରଗନାର ମଧ୍ୟମଗ୍ରାମ ନିକଟରେ ଏକ ବିରିଆନି ଦୋକାନ ସମ୍ମୁଖରେ କାରଟି ଅଟକି ଯାଇଥିଲା। ଚନ୍ଦ୍ରନାଥ ରଥ କାର ଡ୍ରାଇଭରଙ୍କ ପାଖରେ ସିଟରେ ବସିଥିଲେ। ଅଭିଯୁକ୍ତମାନେ ଚନ୍ଦ୍ରନାଥ ରଥଙ୍କ ଉପରେ ବହୁତ ନିକଟରୁ ଗୁଳି ଚଳାଇଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ବହୁତ ନିକଟରୁ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ସମୟରେ, ତାଙ୍କ ପିଏଙ୍କ ହତ୍ୟା ଖବର ପାଇ ଶୁଭେନ୍ଦୁ ଅଧିକାରୀ ମଧ୍ୟମଗ୍ରାମ ଅଭିମୁଖେ ବାହାରି ଯାଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Powered by Froala Editor