କେମିତି ଦୂର କରିବେ ଟେନ୍ସନ୍
ବର୍ତ୍ତମାନ କାମ ଚାପରେ ହେଉ ଅବା କେତେକ କାରଣରୁ ଆମେ ଚାପର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ପୁଣି କେତେକ ଚାପରୁ କିପରି ମୁକ୍ତି ପାଇବେ ସେ ବିଷୟ ଚିନ୍ତା କରି ନ ଥାନ୍ତି। ଫଳରେ ଚାପର ପରିସର ଆହୁରି ବଢ଼ିଯାଇଥାଏ। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ କେତୋଟି ସରଳ ତଥା ସହଜ ଉପାୟ ରହିଛି।
ପ୍ରଥମତଃ ଏହି ସମୟରେ ମନକୁ ଯେତେସମ୍ଭବ ଶାନ୍ତ ରଖନ୍ତୁ। ଏ ନେଇ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। କ’ଣ ପାଇଁ ଚାପର ବଶବର୍ତ୍ତୀ ହୋଇଛନ୍ତି ଏବଂ ତାହାର କିପରି ସମାଧାନ କରାଯାଇ ପାରିବ ସେ ନେଇ ଚିନ୍ତା କରନ୍ତୁ। ଏ ବିଷୟରେ ଅନ୍ୟ କାହାଠାରୁ ପରାମର୍ଶ ନେଇପାରିବେ। ହେଲେ ତାହାକୁ ଅନୁସରଣ କରିବା ପୂର୍ବରୁ ସେଗୁଡ଼ିକୁ ଭଲ ଭାବରେ ତର୍ଜମା କରନ୍ତୁ। ଏହି ସମୟରେ ଯଦି ଆପଣ କିଛି ସମୟ ଲେଖାଲେଖି କରିବେ ତେବେ ଚାପ କେତେକାଂଶରେ ଦୂର ହେବାର ସମ୍ଭାବନା ରହିଛି।
Powered by Froala Editor