ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ପୁଲିସ୍କୁ ବଡ ସଫଳତା ମିଳିଛି। ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ପୁଲିସ୍ ଅଧିକ୍ଷକଙ୍କ କହିବା ମୁତାବକ ନିଶାଦ୍ରବ୍ୟ ଚାଲାଣ ସମ୍ପର୍କରେ ସୂଚନା ପାଇ ଗତକାଲି ସଫାଲାର ପଣ୍ଡିତପଡ଼ା ଅଞ୍ଚଳର ଏକ ଫ୍ଲାଟରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ୨୨୪.୬୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ନଗଦ ଏବଂ ପ୍ୟାକିଂ ସାମଗ୍ରୀ ସମେତ ଜବତ ସାମଗ୍ରୀର ମୋଟ ମୂଲ୍ୟ ୪୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ପୁଲିସ୍ ଉତ୍ତରାଖଣ୍ଡର ବାସିନ୍ଦା କୁଧାବକ୍ସ ମହମ୍ମଦ ସାହିଦ(୩୮) ଏବଂ ଉତ୍ତର ପ୍ରଦେଶର ବାସିନ୍ଦା ହୀନା ଜମିଲ ଅହମ୍ମଦ (୩୫)ଙ୍କୁ ଗିରଫ କରିଛି । ଏବଂ ଜଣେ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି।
Powered by Froala Editor