କଲରାପତାରିଆ ବାଘ ଛାଲ ଜବତ, ଦୁଇ ଗିରଫ
ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ଗ୍ରାମ ନିକଟରୁ ବନବିଭାଗର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଗୋଟିଏ କଲରାପତାରିଆ ବାଘ ଛାଲ ଜବତ କରିଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଅଭୟ ନାଏକ ଏବଂ ନୀଳକଣ୍ଠ କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସୂଚନା ଥାଉ କି ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନବିଭାଗ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ (କଟକ) ଏବଂ ବୌଦ୍ଧ ଏସିଏଫ, ପୁରୁଣାକଟକ ରେଞ୍ଜ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ମିଳିତଭାବେ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ମାଡି ବସିଥିଲା। ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ ଦୁଇଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିବାରେ ବନ ବିଭାଗ ସକ୍ଷମ ହୋଇଥିଲା।
Powered by Froala Editor