ପୁଅର ଶିଳପୁଆ ମାଡରେ ଗଲା ବାପା ଜୀବନ
ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା ବିକଳ ନାଏକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ଗ୍ରାମବାସୀ ବିଭୂତିକୁ କାବୁ କରି ପୋଲିସର ଜିମା ଦେଇଛନ୍ତି। ଆଠଗଡ ପୋଲିସ ବିଭୂତିଙ୍କୁ ଅଟକ ରଖିବା ସହିତ ମୃତ ବାପାଙ୍କ ମୃତଦେହକୁ ଜବତ କରି ଆଠଗଡ ଡାକ୍ତରଖାନାକୁ ଆଣିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।
Powered by Froala Editor