ବସକୁ ଧକା ଦେଲା ଟ୍ରକ, ୨ ଗରୁତର
ବାସୁଦେବପୁର: ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମାତାଜୀ ମଠ ବରଫ କଳ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ରକ୍ ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣ ଗରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଆଜି ଧାମରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଡ଼ାଇନା ନାମକ ଏକ ଘରୋଇ ବସ ବାସୁଦେବପୁର ଜାମୁଝାଡ଼ି ରାସ୍ତାର ମାତାଜୀ ମଠ ନିକଟ ବରଫ କଳ ପାଖରେ ଖରାପ ହୋଇଯାଇଥିଲା। ଚାଳକ ବସ ଛିଡା କରାଇ ମିସ୍ତ୍ରୀ ଡାକି ସଜାଡୁ ଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ବସକୁ ଧକା ଦେଇଥିଲା। ଫଳରେ ଗାଡି ତଳେ କାମ କରୁଥିବା ମିସ୍ତ୍ରୀ ଓ ହେଲପର ଗୁରୁତର ହୋଇଥିଲେ।
Powered by Froala Editor