ଆୟତ୍ତକୁ ଆସୁନାହିଁ ନିଆଁ, ୫ଦିନ ହେଲା ଜଳୁଛି ଜଙ୍ଗଲ
ଭୁବନେଶ୍ବର: କନ୍ଧମାଳ ଜିଲାରେ ଗତ ୫ଦିନ ହେଲା ଜଙ୍ଗଲ ଜଳୁଛି। ନିଆଁ ଆୟତ୍ତକୁ ଆସୁନାହିଁ। ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।ଭାରତ ବନ ବିଭାଗ ୱେବସାଇଟ୍ ଜଙ୍ଗଲରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛି। କନ୍ଧମାଳ ଜିଲାର ଘୁମୁସର ଉଦୟଗିରିର ଜଙ୍ଗଲ ଜଳି ଯାଇଛି। ନିଆଁର କରାଳ ରୂପ ଫଳରେ ଏହି ଜଙ୍ଗଲରେ ଥିବା କିଛି ବନ୍ୟପ୍ରାଣୀ ପ୍ରାଣ ବିକଳରେ ନିକଟ ଜଙ୍ଗଲକୁ ପଳାୟନ କରିଥିବା ବେଳେ କିଛି ଜୀବଜନ୍ତୁଙ୍କ ଅକାଳ ମୃତ୍ୟୁ ହେଉଛି। ଏଥିସହିତ ବାଲିଗୁଡ଼ା, ଫିରିଙ୍ଗିଆ ଏବଂ ଦାରିଙ୍ଗବାଡ଼ି ବ୍ଲକର ୯ରୁ ଅଧିକ ବିଟ୍ରେ ଜଙ୍ଗଲ ଜଳୁଛି। ମାଇଲ୍ ମାଇଲ୍ ଦୂର ଜଙ୍ଗଲ ଜଳି ପାଉଁଶ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଯାଇଛି।
Powered by Froala Editor