ପ୍ରେମିକ ପରେ ଜୀବନ ହାରିଲା ପ୍ରେମିକା
ଅନୁଗୋଳ: ପ୍ରେମିକ ପରେ ଜୀବନ ହାରିଲା ପ୍ରେମିକା। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟର ବାଥରୁମରେ ଝୁଲି ପଡ଼ିଲା ନାବାଳିକା ପ୍ରେମିକା। ଗତକାଲି ପ୍ରେମିକ ମୋଟଙ୍ଗା ଥାନା ନିମିଧା ଗାଁର ପ୍ରେମିକ ବେନୁପାଣି ସାହୁ ଆତ୍ମହତ୍ୟା କରିଥିଲେ। କିଛିଦିନ ପୂର୍ବରୁ ଫେରାର ହୋଇ ଯାଇଥିଲେ ଉଭୟ। ପୁଲିସ ତଦନ୍ତ କରି ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ନାବାଳିକାକୁ ସଖୀ ସେଣ୍ଟରରେ ରଖାଯାଇଥିଲା। ଗତକାଲି ପ୍ରେମିକ ଆତ୍ମହତ୍ୟା କରିଥିବା କଥା ଜାଣି ପାରିବା ପରେ ବିଳମ୍ବିତ ରାତିରେ ପ୍ରେମିକା ଜୀବନ ହାରିଛି। ପ୍ରେମିକର ଆତ୍ମହତ୍ୟା ସହି ନପାରି ଏଭଳି କରିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor