ବିଭାଗୀୟ ମନ୍ତ୍ରୀ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ
ଭୁବନେଶ୍ବର: ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ ପୁନର୍ଗଠନ କରିବାର ଦିନକ ପରେ ତାହାର ଅଧ୍ୟକ୍ଷଙ୍କୁ ବଦଳାଯାଇଛି। ଗତ ୨୧ ତାରିଖରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ବୋର୍ଡର ଅଧ୍ୟକ୍ଷ ରଖାଯାଇଥିଲା; କିନ୍ତୁ ବିଭାଗ ପକ୍ଷରୁ ଗୁୁରୁବାର ପ୍ରକାଶିତ ଆଉ ଏକ ବିଜ୍ଞପ୍ତିରେ ମୁଖ୍ୟ ସଚିବଙ୍କୁ ହଟାଇ ବିଭାଗୀୟ ମନ୍ତ୍ରୀଙ୍କୁ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଅନ୍ୟ କୌଣସି ସଦସ୍ୟଙ୍କୁ ପରିବର୍ତ୍ତନ କରାଯାଇ ନାହିଁ।ଗତ ବର୍ଷ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ ସମୟରେ ଏସଏସଇପିଡି ମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ରଖା ଯାଇଥିଲା; କିନ୍ତୁ ପୁନର୍ଗଠନ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାୟିତ୍ବ ଦିଆଗଲା। ଏହାର ଦିନକ ପରେ ବିଭାଗ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛି।
Powered by Froala Editor