Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ...

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ...

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ...

  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ...

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ...

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, ...

ରାଜ୍ୟ
Home ›› ରାଜ୍ୟ ››ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

2026-04-21 15:07:57
14965
Share:
Facebook
Twitter
E-Mail
WhatsApp
Telegram
ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

ଭୁବନେଶ୍ୱର : ଅକ୍ଷୟ ତୃତୀୟା ଦିନ ବାଲ୍ୟ ବିବାହ ନିମନ୍ତେ ଏକ ଅତ୍ୟନ୍ତ ଉଚ୍ଚ-ଆପଦାପନ୍ନ ସମୟ ହୋଇଥିବାବେଳେ ହମାରା ବଚ୍‌ପନ ଟ୍ରଷ୍ଟ (ଏଚ୍‌ବିଟି) ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ସମୁଦାୟ କେନ୍ଦ୍‌ୁଝର ଏବଂ କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ-ମୁକ୍ତ ସମାଜ ନିର୍ମାଣ ଲକ୍ଷ୍ୟରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ (ଭିଲାନ୍‌ସ୍‌ ଡେ) ପାଳନ କରାଯାଇଥିଲା । 

କେନ୍ଦୁଝର ଜିଲ୍ଲାରେ ପାଟଣା, ବାଂସପାଳ, ହରିଚନ୍ଦନପୁର ଏବଂ ହାଟଡିହି ବ୍ଲକଗୁଡିକର ବିଭିନ୍ନ ପଞ୍ଚାୟତରେ ବାଲ୍ୟ ବିବାହକୁ ରୋକିବା ଏବଂ ଏହିଭଳି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସମୟୋଚିତ ଭାବରେ ଅବଗତି କରାଇବା ସୁନିଶ୍ଚିତ କରିବା ନିମନ୍ତେ ସଚେତନତା କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା । ଏହି ପ୍ରୟାସରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା, ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିଗୁଡିକୁ ସୁଦୃଢ କରିବା ଏବଂ ବାଲ୍ୟ ବିବାହ ନିରାକରଣ ଅଧିକାରୀଗଣ (ସିଏପ୍‌ପିଓ)ମାନଙ୍କର ଭୂମିକା ଉପରେ ବର୍ଦ୍ଧିତ ସଚେତନତା ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ, ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ଥିବା ଆଇନଗତ ବ୍ୟବସ୍ଥା ଏବଂ ଏହିଭଳି କାର୍ଯ୍ୟକୁ ରୋକିବା ନିମନ୍ତେ ସାମଗ୍ରିକ ଭାବରେ ଗୋଷ୍ଠୀର କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ୫୦୦ରୁ ଅଧିକ ମାତା ପିତା ଏବଂ ଗୋଷ୍ଠୀ ସହଭାଗୀଙ୍କୁ ସଚେତନ କରାଯାଇଥିଲା । 

କନ୍ଧମାଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ୍‌ ସମ୍ମିଳନୀ କାର୍ଯ୍ୟାଳୟରେ ସିଡିପିଓ ଶ୍ରୀମତୀ ବୈଜୟନ୍ତୀ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ସାଇ ସୋମ୍ୟଜିତ ପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଜଣ ଆଶା ଏବଂ ଅଙ୍ଗନବାଡି ସମ୍ମୁଖଭାଗ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ସମ୍ଭାବ୍ୟ ବାଲ୍ୟ ବିବାହ ଘଟଣାଗୁଡିକ ଚିହ୍ନଟ କରିବା, ଆପଦାପନ୍ନ ଶିଶୁଙ୍କ ଖବର ନେବା ଏବଂ ସମୟୋଚିତ ଭାବରେ ନିରାକରଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ତାଲିମ ଦିଆଯାଇଥିଲା ।

ଉଭୟ ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ସିଏପ୍‌ପିଓ, ଆଶା ୟୁନିଟ୍‌, ଅଙ୍ଗନବାଡି କର୍ମୀ ଏବଂ ଗୋଷ୍ଠୀ ନେତୃବୃନ୍ଦଙ୍କ ସମେତ ସରକାରୀ ସହଭାଗୀଙ୍କର ସକ୍ରିୟ ସମର୍ଥନରେ ଆୟୋଜିତ ହୋଇଥିଲା, ଯେଉଁମାନେ ବାଲ୍ୟ ବିବାହ ନିରାକରଣ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପୁନଃସୁଦୃଢୀକରଣ କରିଥିଲେ ।

ହମାରା ବଚ୍‌ପନ ଟ୍ରଷ୍ଟ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର ସଚେତନତା ଅଭିଯାନ ଏବଂ ଜଷ୍ଟ ରାଇଟ୍‌ସ୍‌ ଫର୍‌ ଚିଲଡ୍ରେନ ପ୍ରୋଗ୍ରାମ ଅଧୀନରେ ବ୍ୟବସ୍ଥାକୁ ମଜଭୁତ କରିବାକୁ ଜିଲ୍ଲା ପ୍ରଶାସନ, ପଞ୍ଚାୟତ, ବିଦ୍ୟାଳୟସମୂହ ଏବଂ ଧର୍ମୀୟ ନେତାମାନଙ୍କ ସହିତ ସହଯୋଗୀତା କରିବାକୁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ହଜାର ହଜାର ସଂଖ୍ୟାରେ ଜନସାଧାରଣ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରିଛନ୍ତି, ଏଥିସିହତ ସ୍ୱତନ୍ତ୍ର ନିରାକରଣମୂଳକ ଅଭିଯାନ ଅକ୍ଷୟ ତୃତୀୟା ତଥା ଆରମ୍ଭ ହେବାକୁ ଯାଉଥିବା ବିବାହ ଋତୁଗୁଡିକ ଭଳି ସମ୍ବେଦନଶୀଳ ସମୟରେ କାର୍ଯ୍ୟକାରୀ କରାଯାଉଛି ।

କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରତିନିଧିମାନେ ଜୋର୍‌ ଦେଇ କହିଥିଲେ ଯେ ବାଲ୍ୟ ବିବାହ ବାଲ୍ୟ ବିବାହ ନିରାକରଣ ଆଇନ (ପିସିଏମ୍‌ଏ), ୨୦୦୬ ଅଧୀନରେ ଏକ ଦଣ୍ଡନୀୟ ଅପରାଧ । ପରିବାର ଅଥବା ସେବା ଯୋଗାଣକାରୀଙ୍କ ସମେତ କାହାର ଏଥିରେ ସଂପୃକ୍ତି ରହିଲେ ସେ କ୍ଷେତ୍ରରେ ଜେଲଦଣ୍ଡ, ଜୋରିମାନା ଅଥବା ଉଭୟ ଦଣ୍ଡବିଧାନ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରଥମ ପଦକ୍ଷେପ ଗ୍ରହଣକାରୀ ଭାବରେ ସମ୍ମୁଖଭାଗ କର୍ମୀମାନଙ୍କର ଏହାକୁ ଚିହ୍ନଟ କରିବା ଏବଂ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢତାର ସହିତ ଉଲ୍ଲେଖ କରାଯାଇଥିଲା । 

ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରି ଏଚ୍‌ବିଟିର ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର ଶ୍ରୀମତୀ ଅର୍ପିତା ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ, ତୃଣମୂଳ ସ୍ତରରେ ବର୍ଦ୍ଧିତ ସଚେତନତା କାରଣରୁ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି ଏବଂ ସମ୍ପ୍ରତି ଗୋଷ୍ଠୀଗୁଡିକ ବାଲ୍ୟ ବିବାହ ଘଟଣାଗୁଡିକ ସମ୍ପର୍କରେ ସକ୍ରିୟ ଭାବରେ ସୂଚନା ଦେଉଛନ୍ତି ଏବଂ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହଗୁଡିକୁ ରୋକିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।

ଉଭୟ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକ ଏହି ବାର୍ତ୍ତାକୁ ପୁନଃସୁଦୃଢୀକରଣ କରିଥିଲା ଯେ, ବାଲ୍ୟ ବିବାହ ରୋକିବା ନିମନ୍ତେ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି । ଗୋଷ୍ଠୀ ସ୍ତରରେ ମଜଭୁତ ସତର୍କ ଦୃଷ୍ଟି ରଖାଯିବା ଏବଂ ସମ୍ମୁଖଭାଗ କର୍ମୀ ଓ ସହଭାଗୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଉଭୟ ଜିଲ୍ଲା ୨୦୩୦ ପୂର୍ବରୁ ବାଲ୍ୟ ବିବାହ-ମୁକ୍ତ ଅଞ୍ଚଳରେ ପରିଣତ ହେବା ଦିଗରେ ଉତ୍ତମ ଅଗ୍ରଗତି ହାସଲ କରୁଛି ।

Powered by Froala Editor

Tags Hbt

Related articles Odisha News Lens 4.1

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ
    ବିଶେଷ

    ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14138
    Apr 21, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13660
    Apr 20, 2026
  • ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ
    ଦେଶ-ଦେଶାନ୍ତର

    ବିଜେପିକୁ ଗଣତନ୍ତ୍ର ବିରୋଧୀ ଏବଂ ସମ୍ବିଧାନ ବିରୋଧୀ କହିଲେ ଅଖିଳେଶ

    13305
    Apr 21, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି
    ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15695
    Apr 20, 2026
  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା
    ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13872
    Apr 21, 2026
  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍
    ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    14102
    Apr 20, 2026
  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର
    ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    15050
    Apr 20, 2026
  • ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼
    ଦେଶ-ଦେଶାନ୍ତର

    ଆମେରିକା ଯୁଦ୍ଧ ଜାହାଜ ଉପରକୁ ଡ୍ରୋନ୍ ମାଡ଼

    15144
    Apr 21, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
    ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14707
    Apr 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13660
    Apr 20, 2026
  • ବିଶେଷ

    ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14138
    Apr 21, 2026
  • ଦେଶ-ଦେଶାନ୍ତର

    କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13872
    Apr 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17427
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17481
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17839
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16310
    Apr 03, 2021

ବିଶେଷ

  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14138
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13660
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16150
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15846
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16202
    Apr 12, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15346
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15077
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15579
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13877
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେଦାରନାଥ ମନ୍ଦିରକୁ ମୋବାଇଲ୍ ମନା

    13872
    Apr 21, 2026
  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14532
    Apr 20, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13660
    Apr 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In