ଜନଗଣନା ପାଇଁ ଯାଇ ଶିକ୍ଷୟିତ୍ରୀ ନିଖୋଜ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜନଗଣନା ପାଇଁ ଯାଇ ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ କୋ-ଅର୍ଡିନେସନ୍ କମିଟି ପକ୍ଷରୁ ବାରିପଦା ସଦର ଥାନାରେ ମାମଲା ରୁଜ୍ଜୁ ହୋଇଛି । ଶିକ୍ଷୟିତ୍ରୀଙ୍କୁ ଖୋଜିବା ପାଇଁ ମୋବାଇଲ୍ ଟ୍ରାକିଂ ଆରମ୍ଭ ହୋଇଛି । ନିଖୋଜ ଶିକ୍ଷୟିତ୍ରୀ ଜଣକ ହେଲେ ବାରିପଦା ବ୍ଲକ ଅଧିନସ୍ଥ ଢେଙ୍କିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜ୍ୟୋତ୍ସ୍ନାରାଣୀ ସାହୁ। ଗତକାଲିଠାରୁ ସେ ଘରକୁ ଫେରିନାହାନ୍ତି। ଏଵଂ ତାଙ୍କ ମୋବାଇଲ ମଧ୍ୟ କାଲିଠାରୁ ଅଫ ଅଛି। ଏ ସମ୍ପର୍କରେ ବାରିପଦା ବିଇଓ ଏବଂ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।
Powered by Froala Editor