ସିଆରଆରଆଇଠାରେ ମୁଖ୍ୟମନ୍ତ୍ରୀ ଅନୁକୂଳ କଲେ ଅଖିମୁଠି
କଟକ: ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ଏହି ଅବସରରେ ଆଜି କଟକର ସିଆରଆରଆଇଠାରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ଆଜି ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିବେ। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପାଖାପାଖି ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ମଧ୍ୟ ଦେବେ।
Powered by Froala Editor