ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ
ଭୁବନେଶ୍ବର: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବନାହିଁ। ରବିବାର ରାତିରେ ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଭୁବନେଶ୍ବର ଭଳି ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଫଳରେ ଗୁଳୁଗୁଳି ସହ ତାପମାତ୍ରା କମିଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୩ ଡିଗ୍ରୀ ଟପିଲାଣି।
ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ଝାରସୁଗୁଡାରେ ୪୩.୩ ଡିଗ୍ରୀ ଛୁଇଁ ଥିବାବେଳେ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଛି। କେବଳ ଏହି ଦୁଇଟି ସହର ନୁହେଁ, ବରଂ ୧୪ଟି ସହରରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି। ରାଉରକେଲାରେ ପାରଦ ୪୧.୫ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୧, ବୌଦ୍ଧରେ ୪୦.୯, ସୁବର୍ଣ୍ଣପୁରରେ ୪୨.୩, ଫୁଲବାଣୀରେ ୪୦.୬, ବଲାଙ୍ଗିରରେ ୪୧.୫, ଭବାନୀପାଟଣାରେ ୪୨, ତାଳଚେରରେ ୪୦.୬, ହୀରାକୁଦରେ ୪୧, ସୁନ୍ଦରଗଡ଼ରେ ୪୧.୫, ସମ୍ବଲପୁରରେ ୪୨, ଅନୁଗୋଳରେ ୪୧.୧, ଭୁବନେଶ୍ବରରେ ୩୬.୬ ଏବଂ କଟକରେ ୩୫.୮ ଡିଗ୍ରୀ ରହିଛି। ସୋମବାର ଟିଟିଲାଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ଭବାନୀପାଟଣାରେ ଦିନ ତାପମାତ୍ରା ୪୩ରୁ ୪୪ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି।
Powered by Froala Editor