ଖୋର୍ଦ୍ଧା ଜିଲ୍ଲାରେ ୨୦ ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି
ଭୁବନେଶ୍ବର: ସାରା ରାଜ୍ୟରେ ଅଗ୍ନିବର୍ଷୀ ତାତି ଅନୁଭୂତ ହେଉଛି। ପୂର୍ବାହ୍ଣ ୯ଟା ବାଜିଲେ ପଦାକୁ ବାହାରି ହେଉନି। ଏହାରି ମଧ୍ୟରେ ପ୍ରବଳ ଖରାକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୨୦ରୁ ୨୩ ପର୍ଯ୍ୟନ୍ତ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜ। ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି।
Powered by Froala Editor