୨୦୨୫-୨୬ ଆର୍ଥିକ ବର୍ଷରେ ଶେଷ ହୋଇଛି ୫ଟି ରେଳ ସୁଡ଼ଙ୍ଗ ଖନନ କାର୍ଯ୍ୟ
ଭୁବନେଶ୍ୱର: ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥ ଦ୍ବାରା ପୂର୍ବଘାଟ ପର୍ବତମାଳାର ଜଟିଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ଟି ଟନେଲର (ରେଳ ସୁଡ଼ଙ୍ଗ) ଖନନ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ ୧୪ରେ କୋରାପୁଟ-ସିଙ୍ଗାପୁର ରୋଡ ଦୋହରୀକରଣ ପ୍ରକଳ୍ପର ସିକରପାଇ-କେଉଟଗୁଡ଼ା ସେକ୍ସନରେ ଥିବା ୧,୦୪୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ ନମ୍ବର-୩୦ର ବ୍ରେକ୍ଥ୍ରୁ ହୋଇଛି।
ଉଭୟ ପାର୍ଶ୍ୱରୁ ଏକକାଳୀନ ଖନନ କରାଯାଇ ଶତପ୍ରତିଶତ ସଠିକତା ସହ ଏହାର ସଂଯୋଗ କରାଯାଇଛି। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ଖୋରଧା ରୋଡ-ବଲାଙ୍ଗିର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ରୁଟ୍ର ସବୁଠାରୁ ଲମ୍ବା ଟନେଲ୍ ଟି-୪ (୪,୧୮୫ ମିଟର) ଏବଂ ଟନେଲ୍ ଟି-୨ (୧,୭୭୫ ମିଟର)ର ଖନନ କାର୍ଯ୍ୟ ଶେଷ ହୋଇଛି। ଏହା ବ୍ୟତୀତ ୨୦୨୫ ଜୁଲାଇରେ ଟି-୫ ଓ ଟି-୬ (ପ୍ରତ୍ୟେକ ୨୫୦ ମିଟର) ଏବଂ ୨୦୨୫, ନଭେମ୍ବରରେ ଟି-୭ (୧,୯୭୫ ମିଟର) ଟନେଲର ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବର୍ଷକ ମଧ୍ୟରେ ମୋଟ ୭,୦୫୧ ମିଟର ଟନେଲ୍ ଖନନ କରାଯାଇଛି।
Powered by Froala Editor