ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ
ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୋରେଇ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି। ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ବ୍ୟାସନଗର ତହସିଲଦାର ବାଲି ମାଫିଆଙ୍କୁ ଧରିବାକୁ ଗଲାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ହେବା ସହ ଅଣ୍ଟାରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ତହସିଲ ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ଆଜି ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥବା ସୂଚନା ମିଳିଛି।
Powered by Froala Editor