ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକର ଜୀବନ
ସିମୁଳିଆ: ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗାଁରେ। ମୃତକ ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (୧୧) ବୋଲି ଜଣାପଡିଛି। ଓମ୍ ଘରେ ଖେଳୁଥିବାବେଳେ ଅସାବଧାନତାବଶତଃ ଫ୍ୟାନରେ ହାତ ମାରି ଦେଇଥିଲା। ପରିବାର ଲୋକେ ତୁରନ୍ତ ଓମକୁ ଗୁରୁତର ଅବସ୍ଥାରେ ସିମୁଳିଆ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।
Powered by Froala Editor