ବଏଲର ପ୍ଲାଣ୍ଟ ବିସ୍ଫୋରଣରେ ୨୦ ଶ୍ରମିକଙ୍କ ମୃତ୍ୟୁ ଘଟଣା, ଦୁର୍ଘଟଣାର କାରଣ ଜାଣିବାକୁ ବୈଷୟିକ ଟିମ୍ ଗଠନ
ରାୟପୁର: ଛତିଶଗଡ଼ର ଶକ୍ତି ଜିଲାରେ ଥିବା ବେଦାନ୍ତ କାରଖାନାର ବଏଲର ପ୍ଲାଣ୍ଟରେ ଗତ ମଙ୍ଗଳବାର ଘଟିଥିବା ବିସ୍ଫୋରଣରେ ୨୦ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଛତିଶଗଡ଼ ପୁଲିସ ପକ୍ଷରୁ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସମେତ କମ୍ପାନୀର ଏକାଧିକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏତଲା ଦାଏର କରାଯାଇଛି। ଯଦି ଆଗାମୀ ଦିନରେ ଅନ୍ୟ ଅଧିକାରୀମାନେ ଦାୟୀ ରହିଥିବା ଜଣାପଡେ, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ଦାଏର କରାଯିବ ବୋଲି ଶକ୍ତି ଜିଲା ଏସ୍ପି ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଜାଣିବାକୁ ଏକ ବୈଷୟିକ ଟିମ୍ ଗଠନ କରାଯାଇଛି।
Powered by Froala Editor