କେନ୍ଦୁ ପତ୍ର ତୋଳିବା ପାଇଁ ଯାଇଥିଲେ, ବାରହା ଆକ୍ରମଣରେ ଦୁଇ ଗୁରୁତର
ଅନୁଗୋଳ: କେନ୍ଦୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ବାରହା କଲା ଆକ୍ରମଣ। ଯାହା ଫଳରେ ଦୁଇ ଗୁରୁତର ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଦୁଇ ଗୁରୁତର ହେଲେ ଦେବଗଡ଼ ଜିଲ୍ଲାର କଣ୍ଢେଇଗୁଳା ଥାନା ଅନ୍ତର୍ଗତ ଜୟନ୍ତୀପାଲ୍ଲି ଗ୍ରାମର ଦୁଷ୍ମନ୍ତ ଭୋଇଙ୍କ ସ୍ତ୍ରୀ ଟୁନି ଭୋଇ (୩୬) ଏବଂ ନାରାୟଣ ମାଝୀଙ୍କ ପୁଅ ମଦନ ମାଝୀ (୪୨) ବୋଲି ଜଣା ପଡ଼ିଛି।
ସୂଚନା ଯେ, ଆଜି ସକାଳ ୬ ଘଟିକା ବେଳେ ଘର ଠାରୁ ଅଧା କିଲୋ ମିଟର ଦୂରରେ ଥିବା ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବା ପାଇଁ ଟୁନି ଏବଂ ମଦନଙ୍କ ସହ ଗ୍ରାମରୁ ଆଉ କିଛି ଲୋକ ଯାଇଥିଲେ। ହଠାତ୍ ଏକ ବାରହା ଆସି ଟୁନି ଏବଂ ମଦନଙ୍କୁ ଆକ୍ରମଣ କରି ପଳାଇ ଯାଇଥିଲା। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି।
Powered by Froala Editor